ଜଗା ଦର୍ଶନ ସାରି ଫେରୁଥିଲେ,ପୋଲରେ ପିଟି ହେଲା କାର୍‌

ବାଉଁଶୁଣୀ,୪।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଜାତୀୟ ରାଜପଥ ନଂ-୫୭ ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ପୋଲ ବାଡ଼ା ଉପରେ ପିଟି ହେବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନାନୁସାରେ, ସମ୍ବଲପୁର ଓ ବରଗଡ଼ ଅଞ୍ଚଳର ୮ ଜଣ ଯୁବକ ଏକ କାର ଯୋଗେ ପୁରୀ ଜଗନ୍ନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ଫେରିବା ସମୟରେ ଡ଼୍ରାଇଭରର ଆଖି ଲାଗି ଯିବାରୁ ବାଘ ନଦୀ ଉପରେ ବାଡାକୁ କାର୍‌ଟି ଧକ୍କା ଦେଇଥିଲା। ଖବରପାଇ ବାଉଁଶୁଣୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତ ଯୁବକଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ସାରି ସୋନପୁର ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ହେଲେ ବାଟରେ ସାହିଲ ପ୍ରଧାନ (୨୫)ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Share