କାର୍‌-ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ

ବସ୍ତା,୨୭ା୭(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ମୁଖ୍ୟ ରାସ୍ତାର ମୁକୁଳୁଶି ଛକ ନିକଟରେ କାର୍‌ ଏବଂ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, ସିଂଲା ଥାନା ଅନ୍ତର୍ଗତ କଷାଫଳ ଗ୍ରାମର ସଞ୍ଜୟ ଖଟୁଆ ଗୁରୁବାର ସକାଳେ ନିଜ ଅଟୋ ନେଇ ମୁକୁଳୁଶିକୁ ଗାଈ ଦାନା ନେବାକୁ ଆସୁଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ତାଙ୍କୁ ମୁହଁାମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ପରେ ଘଟଣାସ୍ଥଳରୁ କାର୍‌ ଚାଳକ ଗାଡ଼ ଛାଡ଼ି ଚମ୍ପଟ ମାରିଥିବା ବେଳେ ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।