ଭଦ୍ରକ ଅଫିସ,୨୬ା୧୨: ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଗେଲପୁର ଠାରେ ଘନ କୁହୁଡି ଯୋଗୁ କାର୍ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍ ଚାଳକ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। କଟକ ଆଡୁ ଆସୁଥିବା କାର୍ଟି ବିପରୀତ ଦିଗରୁ ଯାଉଥିବା ବାଇକ୍ ସହିତ ଧକ୍କା ହୋଇଥିଲା। ସୋମବାର ସକାଳୁ ଘନ କୁହୁଡି ଯୋଗୁ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର ହୋଇଥିଲା।