କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଗଞ୍ଜାମ/ଛତ୍ରପୁର,୨୬ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ସମ୍ମୁଖ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗୁରୁବାର ଏକ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅଗସ୍ତିନୂଆଗାଁର ବିଶ୍ୱନାଥ ନାହାକ ଓ ଶିବରାମ ସ୍ବାଇଁ ଗୁରୁତର ଥିବା ବେଳେ ହରି ନାହାକ ଆହତ ହୋଇଛନ୍ତି । କେଏ ୦୧ ଏମ୍‌ପି -୧୮୯୭ ନଂ ବିଶିଷ୍ଟ ଏକ କାର୍‌ ଓଡି୦୭ଏଏସ୍‌- ୧୧୧୭ ନମ୍ବର ବିଶିଷ୍ଟ ବାଇକ୍‌କୁ ଧକ୍କା ଦେଇଥିଲା। ଗଞ୍ଜାମ ଥାନାର ଏଏସ୍‌ଆଇ କ୍ଷେତ୍ରମୋହନ ସାହୁ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ବିଶ୍ୱନାଥ ଓ ଶିବରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଦୁଇ ଗଣମାଧ୍ୟମ ପ୍ରତିନିଧି ବିସ୍ମୟ ଓ ରବୀନ୍ଦ୍ର ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ।

Share