କାର୍‌, ବାଇକ୍‌ ଜବତ: ୨ ଗିରଫ

କେନ୍ଦୁଝର,୨୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପୂର୍ବରୁ ଡକାୟତି କେସ୍‌ରେ ସାମିଲ ହୋଇ ଫେରାର ଥିବା ଏକ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନାମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ଅନେକ ମାମଲା ରହିଛି। ଗିରଫମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ କିନ୍ତୁ ସଦର ଥାନା ପଦ୍ମପୁର ଗ୍ରାମରେ ରହୁଥିଲେ ବୋଲି ଜାଣିବାକୁ ପାଇଛି।
ସେମାନେ ହେଲେ ଲଖନପୁର ଗାଁର ଏମ୍‌ଡି ସାଲାହୁଦ୍ଦିନ (୩୧) ଏବଂ ବାବୁଣ୍ଡିହା ଗାଁର ଏମଡି ତାଜୁଦ୍ଦିନ (୨୧) ଏବଂ ଉଭୟ ଝାରଖଣ୍ଡ ରାଜ୍ୟର ଗିରିଡିହ ଜିଲାର ଅହିଲ୍ୟାପୁର ଥାନା ଅଧୀନରେ ଅଛନ୍ତି। ପୋଲିସ ସେମାନଙ୍କଠାରୁ ଏକ କାର୍‌ (ଓଡି ୦୯ ଏସି ୦୪୬୭) ଜବତ କରିଛି। ଗୋଟିଏ ବାଇକ୍‌ ( ଓଡି ୦୯ ଏକ୍ସ ୦୭୯୫) ନକଲି ନମ୍ବର ଥିବା ବାଇକ (ଓଆର୍‌ ୦୯ ଏମ୍‌୍‌ ୭୧୫୭), ବିନା ନମ୍ବର ପ୍ଲେଟର ଏକ ବାଇକ୍‌, ନକଲି ନମ୍ବର୍‌ ଥିବା ବାଇକ୍‌ ଜେଏଚ୍‌ ୦୯ ଏଜେ ୭୬୯୧ ଜବତ କରିଛି। ସେମାନଙ୍କ ନାମରେ ଟାଉନ ଥାନାରେ କେସ୍‌ ନମ୍ବର ୫୬୧/୧୧.୧୧.୨୪ ରହିଛି। ସେହିପରି ପଶ୍ଚିମବଙ୍ଗ କୁଲ୍ଟି ପୋଲିସ ଥାନାରେ ମାମଲା ନଂ- ୩୩୭, ୧୪.୭.୨୧ରେ ମାମଲା ରହିଥିବା ବେଳେ କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା କେସ୍‌ ନଂ-୨୯ ତା-୮.୧୨.୨୪ରେ ମାମଲା ରହିଛି।

ସୋମବାର ସେମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଅନ୍ୟ ମାମଲାରେ ସମ୍ପୃକ୍ତ ଥିବା ତଥା ଅନ୍ୟ ପୋଲିସ ଥାନାରେ କୌଣସି କେସ ରହିଛି କି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।