୨୦୨୦ ସବୁଠାରୁ ଖରାପ ବର୍ଷ କହିଲେ କିଛି ଭୁଲ ହେବ ନାହିଁ। କାରଣ ଏହି ବର୍ଷ କରୋନା (କୋଭିଡ୍-୧୯) ସଂକ୍ରମଣ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। କରୋନା ବା କୋଭିଡ୍-୧୯ ଶୁଣିବା ମାତ୍ରେ ଲୋକଙ୍କ ମନରେ ଭୟ ପଶିଯାଉଛି। ତେବେ ଅଷ୍ଟ୍ରେଲିଆର ଏଡିଲେଡ ଏୟାରପୋର୍ଟରେ ଏକ ଧୂଷର ରଙ୍ଗର ବିଏମ୍ଡବ୍ଲ୍ୟୁ କାର ଥୁଆ ହୋଇଥିବା ଦେଖିବାକୁ ମିଳିଛି, ଯାହାର ନମ୍ବର ପ୍ଲେଟ୍ରେ କୋଭିଡ-୧୯ ଲାଖା ହୋଇଛି। ଏହି କାର ଲକ୍ଡାଉନ୍ ପୂର୍ବରୁ ଉକ୍ତ ଏୟାରପୋର୍ଟ ପାର୍କିଂରେ ଥୁଆ ହୋଇଛି। ଏୟାରପୋର୍ଟର ଜଣେ କର୍ମଚାରୀ ଷ୍ଟେଭେନ ସ୍ପ୍ରେ ଏହି କାରର ଫଟୋ ଉଠାଇ ଶେୟାର କରିଛନ୍ତି। ସ୍ପ୍ରେ କୁହନ୍ତି, ଲକ୍ଡାଉନ୍ ପୂର୍ବରୁ ଏଠାରେ ଅନେକ କାର ଥୁଆ ହୋଇଛି। ତେବେ ଉକ୍ତ କାରଟି ଫେବୃୟାରୀ ମାସରୁ ସେଠାରେ ଅଛି। କାରକୁ ଏକ କଭରରେ ଘୋଡାଇ ରଖାଯାଇଥିଲା। ମାତ୍ର ଏପ୍ରିଲରେ ହୋଇଥିବା ଝଡ ବର୍ଷାରେ ଉକ୍ତ କଭର ଟିକେ ଉଡ଼ିଯାଇଛି। ଏହା ପରେ କାରର ନମ୍ବର ପ୍ଲେଟ୍ରେ କୋଭିଡ୍-୧୯ ଲେଖାଯାଇଥିବା ଦେଖିବାକୁ ମିଳିଛି। ଏବେ ଏହି କାରକୁ ନେଇ ଚର୍ଚ୍ଚା ଚାଲିଛି। ତେବେ କୌଣସି ପାଇଲଟଙ୍କର ଏହି କାର ହୋଇଥିବା ସ୍ପ୍ରେ କହିଛନ୍ତି।
Why does this car left at Adelaide Airport have the number plate COVID19 and who owns it? https://t.co/zNdZOTtQxj
— Eugene Boisvert (@eugeneboisvert) July 13, 2020