‘ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରଥ ନିର୍ମାଣ’

ପୁରୀ ଅଫିସ,୧୫।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି।
ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଉଦ୍ୟମ ଚାଲିଛି । ବର୍ତ୍ତମାନ ସୁଦ୍ଧା ତିନି ରଥ ନିର୍ମାଣରେ୫୪ରୁ ଅଧିକ ସେବକଙ୍କୁ ନିୟୋଜିତ କରାଯାଇଛି । ରଥ କାମ କରୁଥିବା ସେବକଙ୍କୁ ଅଧିକ ସମୟ କାମ କରିବାକୁ ଦୁଇ ଗୁଣା ମଜୁରି ଦିଆଯାଉଛି। ଏହା ବ୍ୟତୀତ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଦିଆଯାଉଛି। ଯେଉଁଥିପାଇଁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇ ପାରିବ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ।

Share