Categories: ଫୁରସତ

ଜୀବନରେ ଦେଖି ନ ଥିବେ ଏଭଳି ଯୋଗାଡ଼, କାର୍‌କୁ ଅଟୋ ରିକ୍ସା କରିଦେଲେ ବ୍ୟକ୍ତି…

ସୋସିଆଲ ମିଡିଆରେ ପ୍ରତ୍ୟହ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ପ୍ରତିଦିନ କିଛି ନା କିଛି ଏଭଳି ସାମ୍ନାକୁ ଆସିଥାଏ ଯାହାକୁ ଦେଖି ମୁଣ୍ଡ ଘୁରିଯାଏ। ଏହି କ୍ରମରେ ଦେଶୀ ଯୋଗାଡ଼ର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଅଟୋ ଏବଂ କାର୍‌ର ଅଂଶକୁ ମିଶାଇ ଏଭଳି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ଅଦ୍ଭୁତ ବୋଲି କହିବ।

କେଇ ସେକେଣ୍ଡର ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କ ଅଟୋର ଡାଲା ଖରାପ ହୋଇଥିବା ଦେଖାଯାଉଛି। ସେହିଭଳି ଏକ କାର୍‌ର ଇଞ୍ଜିନ ମଧ୍ୟ ଖରାପ ହୋଇଯାଉଛି। ଏବେ ବ୍ୟକ୍ତିଜଣଙ୍କ ମୁଣ୍ଡ ଲଗାଇ ମଜାଦାର ଗାଡ଼ି ପ୍ରସ୍ତୁତ କରୁଛନ୍ତି। ଯେଉଁଥିରେ ଅଟୋର ଇଞ୍ଜିନ ସହ କାରର ସିଟ୍‌ ରହିଛି। ପଛରୁ ଦେଖିବା ବେଳେ ଏହା କାର୍‌ ଭଳି ନଜର ଆସୁଛି। ହେଲେ ଆଗକୁ ଦେଖିଲେ ଏହା ଅଟୋ ରିକ୍ସା ବୋଲି ସ୍ପଷ୍ଟ ହୋଇଛି।

ଭିଡିଓଟି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଭାରତରେ ଦେଶୀ ଯୋଗାଡ଼ର କେହି ବି ମୁକାବିଲା କରିପାରିବେ ନାହିଁ ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।

Share