ଗଛରେ ପିଟିହେଲା କାର୍‌: କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ ଗୁରୁତର

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କାର୍‌ ଦୁର୍ଘଟଣାରେ ଭୁବନେଶ୍ୱର ଭାଜପା ମେୟର ପ୍ରାର୍ଥୀ ତଥା କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନୀତିଙ୍କ ମୁହଁ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ସୁନୀତି ନିଜ କାର୍‌ ଯୋଗେ ଜୁନାଗଡ଼ ବ୍ଲକ ମହିଚଳା ଗ୍ରାମକୁ ଯାଉଥିବା ବେଳେ ବାଟରେ ମଥୁରା ପୁରୁଣା ଚିନିକଳ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଏକ ଗଛରେ ପିଟିହୋଇଯାଇଥିଲା। ଏଥିରେ ତାଙ୍କ କାକା ତ୍ରିନାଥ ମୁଣ୍ଡ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Share