ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍‌: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍‌ ରଙ୍ଗର କାର ପ୍ରବଳ ବର୍ଷା ପାଣିରେ ଚାହୁଁଚାହୁଁ ବୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ୩୦ ସେକେଣ୍ଡର ଏହି ଭିଡ଼ିଓଟି ହୋସାକେରେହାଲି ଅଞ୍ଚଳର ବୋଲି କୁହାଯାଉଛି। ଇତିମଧ୍ୟରେ ଏହାକୁ ୪୭ ହଜାର ୭୦୦ ରୁ ଅଧିକ ଥର ଦେଖା ସରିଛି। ସେହିପରି ଏହି ଭିଡ଼ିଓକୁ ୧୫ ଶହରୁ ଅଧିକ ୟୁଜର ଲାଇକ୍‌ କରିଛନ୍ତି। ସେହିପରି ଅନ୍ୟ ଏକ ଭିଡ଼ିଓରେ ୧୫ ଦିନର ଶିଶୁଙ୍କୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହୀି ଭିଡ଼ିଓକୁ ଇତିମଧ୍ୟରେ ୫୭ ହଜାର ୪୦୦ରୁ ଅଧିକ ଥର ଦେଖା ସରିଛି। ସେହିପରି ୩ ହଜାରରୁ ଅଧିକ ୟୁଜର ଏହାକୁ ଲାଇକ କରିଛନ୍ତି।

Share