Categories: ଜାତୀୟ

କାର୍‌-ଡମ୍ପର ମୁହାଁମୁହିଁ ଧକ୍କା: ଜିଅନ୍ତା ଜଳିଗଲେ ୮ ଯାତ୍ରୀ

ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶ ବରେଲି-ନୈନିତାଲ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା। ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଯୋଗ୍ୟ, ଏକ ବାହାଘର ଉତ୍ସବରେ ଯୋଗଦେଇ ଫେରୁଥିବା ଏକ କାର୍‌ ବାଟରେ ଚକା ଫାଟିଯାଇଥିଲା। ଫଳରେ କାର୍‌ ଭାରସାମ୍ୟ ହରାଇ ରାସ୍ତାର ଅପରପାଶ୍ୱର୍କୁ ମାଡିଯାଇ ସମ୍ମୁଖରେ ଆସୁଥିବା ଏକ ଡମ୍ପର ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା। ହେଲେ କାରରେ ଥିବା ୮ଜଣ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଖବର ପାଇ ବରେଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share