Categories: ଜାତୀୟ

ନଦୀକୁ ଖସିଲା କାର୍‌: ୯ ମୃତ

ଡେରାଡୁନ,୮।୭: ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଲା କାର୍‌। ଉତ୍ତରାଖଣ୍ଡର ରାମନଗରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ସକାଳେ କାର ଢେଲା ନଦୀ ଅତିକ୍ରମ କରୁଥିଲା। ହେଲେ କାର୍‌ଟି ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡିଥିଲା। ତେବେ ଖବରପାଇ ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

Share