ପୋଲ ତଳକୁ ଖସିଲା କାର୍‌

ବାଲେଶ୍ୱର ଅଫିସ,୧୫।୫: ବାଲେଶ୍ୱର ଜିଲା ଏନଏଚ୍‌-୧୬ ର୍ବିଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶନିବାର ସକାଳୁ ପୋଲ ତଳକୁ କାର୍‌ ଖସି ପଡ଼ିଛି। ଏଥିଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତାହତ ବାରିପଦା ଅଞ୍ଚଳର। ଉକ୍ତ କାରରେ ୫ ଜଣ ଯୁବକ ବାରିପଦାରୁ ଭୁବନେଶ୍ୱର ଯାଉଥିଲେ ବୋଲି ସୂଚନା ମିଳିଛି।