ରାଜଧାନୀରେ ୫୬ ରଥ, ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର, ୨୦।୬(ସତ୍ୟଜିତ୍‌ ରାଉତ): ରାଜଧାନୀରେ ୫୬ଟି ରଥ ଗଡ଼ିବ। ଏଥିପାଇଁ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ସୂଚନାନୁସାରେ, ରଥଯାତ୍ରା ପାଇଁ ସହରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିସହ ୭ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୩୧ ଇନ୍ସପେକ୍ଟର, ୯୦ଜଣ ଏସ୍‌ଆଇ/ଏଏସ୍‌ଆଇ, ୧୫ଜଣ ଟ୍ରାଫିକ୍‌ ଅଫିସର, ୪୬ଜଣ ଟ୍ରାଫିକ୍‌ କନଷ୍ଟେବଳ, ୫୧ଜଣ ଓଏପିଏଫ୍‌, ୫୭ ମହିଳା କନଷ୍ଟେବଳ, ୧୬୪ ଜଣ ହୋମଗାର୍ଡ ଜଗିବେ। ତେବେ ପ୍ରତିଥର ରଥଯାତ୍ରାରେ ଗହଳିର ସୁଯୋଗ ନେଇ ଲୁଟେରାମାନେ ଅଧିକ ଲୁଟ୍‌ପାଟ୍‌ କରିଥାନ୍ତି। ତେଣୁ ଲୁଟେରାଙ୍କ ପ୍ରତି କଡ଼ା ନଜର ରଖିବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share