ସ୍କୁଟିକୁ ଧକ୍କା ଦେଲା କାର: ଅଧ୍ୟାପକ ଗୁରୁତର

ବଡ଼ସାହି,୧୪।୭(ସମ୍ବିତ କୁମାର ରାଉତ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ନାଉପାଳ ଛକ ନିକଟରେ ଏକ କାର୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ଖୁଣ୍ଟା ଥାନା ଅଧୀନ ପଟୁଆ ଗ୍ରାମର ପାର୍ଥସାରଥୀ ମହାପାତ୍ର। ସେ ଡୁକୁରାସ୍ଥିତ ଭଞ୍ଜଭୂମି କଲେଜର ଅଧ୍ୟାପକ। ସେ ବାରିପଦାରୁ କଲେଜକୁ ଆସୁଥିବା ବେଳେ ନାଉପାଳ ଛକ ନିକଟରେ କାର୍‌ଟି ତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ସାହି ଡାକ୍ତରଖାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ତାଙ୍କ ଅଭିଯୋଗ କ୍ରମେ ବଡ଼ସାହି ଥାନାରେ ଏକ ମାମଲା ରୁଜୁ ହୋଇଛି।