ଭଦ୍ରକ,୧୨।୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ରାଣୀତାଲ ଠାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଭୋର ସମୟରେ ଏକ କାର ରାସ୍ତା ପାର୍ଶ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପଶ୍ଚିମବଙ୍ଗରୁ ଏକ କାରରେ ୪ ଜଣ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଚାଳକଙ୍କ ଆଖି ଲାଗିଯିବାରୁ କାରଟି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। କାରରେ ଥିବା ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ୨ ଆହତ ହେଉଛନ୍ତି ଭୁବନେଶ୍ୱରର ଶେଷଦେବ ରଥ (୫୮) ଓ ପରେଶ ଚନ୍ଦ୍ର ସାହୁ (୩୮) ବୋଲି ଜଣାପଡିଛି। ୨ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।