Categories: ବାଣିଜ୍ୟ

ମହଙ୍ଗା ହେବ ନାହିଁ କାର-ଗୃହ ଋଣ: ଆର୍‌ବିଆଇ

ନୂଆଦିଲ୍ଲୀ,୮ା୧୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ନୀତି ହାର ୬.୫ ପ୍ରତିଶତରେ ରହିବ। ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ୫-୧ ଭୋଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି , ଋଣସ୍ତର ବୃଦ୍ଧି, ଭୌଗୋଳିକ ରାଜନୈତିକ ତିକ୍ତତା ଏବଂ ଅତ୍ୟଧିକ ପାଗ ଯୋଗୁ ବିଶ୍ୱ ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ରହିଛି।

ଗଭର୍ନରଙ୍କ କହିବାନୁସାରେ, ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ତ୍ୱେ ଦେଶର ଅର୍ଥନୀତି ଦୃଢ଼ ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ମୁଦ୍ରାନୀତି କମିଟି (ଏମ୍‌ପିସି) କୌଣସି ନୀତିରେ ପରିବର୍ତ୍ତନ କରିନାହିଁ ବୋଲି ସେ କହିଛନ୍ତି। ଏହା କ୍ରମାଗତ ପଞ୍ଚମଥର ଯେ, ନୀତି ହାର ଅର୍ଥାତ୍‌ ରେପୋ ହାର ୬.୫ ପ୍ରତିଶତରେ ବଜାୟ ରହିଛି।

Share