Categories: ବାଣିଜ୍ୟ

ଗାଡ଼ି ବୀମା କଭର ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ,୧୨।୯: ଆଗାମୀ ମାସଗୁଡିକରେ ନୂଆ ଗାଡ଼ି କିଣିବା ୧୦% ମହଙ୍ଗା ହୋଇପାରେ। ବୀମା ପଲିସିର ଡିଜାଇନ ଏବଂ ମୋଟର ବୀମା କଭର ମଡେଲ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏଭଳି ଯଦି ନୂଆ ନିୟମ ଆସେ ତେବେ ଗାଡ଼ି ଲାଗି ବୀମା କଭର ନେବା ମହଙ୍ଗା ହେବ। ଯାହାର ପ୍ରଭାବ ଯାନର କ୍ରୟ ଉପରେ ପଡିବ ବୋଲି କୁହାଯାଉଛି। ମାଡ୍ରାସ ହାଇକୋର୍ଟ ନିକଟରେ ଏକ ଶୁଣାଣି କରିଛନ୍ତି। ଏହା ଅନୁସାରେ ଯାନ ମାଲିକ ଏବେ ବମ୍ପର ଟୁ ବମ୍ପର କଭର ନେବା ବାଧ୍ୟତାମୂଳକ ହେବ। ତୃତୀୟ ପକ୍ଷ ବୀମା ପଲିସି ବାଦ୍‌ ମୋଟର ଅନ୍‌ ଡ୍ୟାମେଜ ବୀମା ମଧ୍ୟ କ୍ରୟ କରିବାକୁ ପଡିବ। ସହ ଯାତ୍ରୀଙ୍କ ଲାଗି ଦୁର୍ଘଟଣା କଭର ମଧ୍ୟ କ୍ରୟ କରିବାକୁ ହେବ। ଏଗୁଡିକ ଯୋଡିଲେ ଗାଡ଼ି ମାଲିକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଫଳରେ ଗାଡ଼ି ବୀମା କଭର ମହଙ୍ଗା ହୋଇପାରେ ବୋଲି ଆକଳନ କରାଯାଇଛି।

Share