ଗାଡ଼ି ଚଢାଇ ହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ, ୨୩।୫: ଗାଡ଼ି ଚଢାଇ ହତ୍ୟା ମାମଲାରେ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ଆହତ ସତ୍ତ୍ୱେ ଘରୋଇ ହସ୍ପିଟାଲରୁ ଚିତ୍ତରଞ୍ଜନ ମହାନ୍ତିଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାକୁ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେଠାରୁ ସେ ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବେ ବୋଲି ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ବଲାଙ୍ଗୀର ଆରଟିଓ ଛକରେ ଏକ ମିନିଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏହା ଦୁର୍ଘଟଣା ଆଳରେ ହତ୍ୟା ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରୁ ଏହା ଏକ ହତ୍ୟା ଷଡଯନ୍ତ୍ର ହୋଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାରେ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ପୋଲିସ ଗିରଫ କରିଛି।

Share