ନୂଆଦିଲ୍ଲୀ: ବିକ୍ରି ଏବଂ ରାଜସ୍ବରେ ସାମାନ୍ୟ ସ୍ଥିତି ହାସଲ କରିବା ଲାଗି ଭାରତୀୟ କମ୍ପାନୀଗୁଡିକୁ ଏକ ଲମ୍ବା ଯାତ୍ରା କରିବାକୁ ହେବ। ବର୍ତ୍ତମାନ ଅଟୋମୋବାଇଲ ବଜାର କରୋନା ଝଟକାରୁ ମୁକୁଳିପାରିନାହିଁ। ବଜାର ଆଗାମୀ ଦିନରେ ମଧ୍ୟ ଚାହିଦା ହ୍ରାସ ସମସ୍ୟା ସାମ୍ନା କରିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଯାନ ନିର୍ମାତାଙ୍କ ଲାଗି ଇନ୍ପୁଟ ଏବଂ କମୋଡିଟି ଖର୍ଚ୍ଚ ବଢିବା ଯୋଗୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ପ୍ରାୟ ସବୁ ବର୍ଗ ଯାନ ବିକ୍ରି ହ୍ରାସ ହୋଇଛି। କେୟାର ରେଟିଂ ରିପୋର୍ଟ ମୁତାବକ ଯାତ୍ରୀବାହୀ ଯାନ ହୋଲ୍ସେଲ ବିକ୍ରିରେ ୧୪% ହ୍ରାସ ହୋଇପାରେ। ସେହିଭଳି ୨ ଚକିଆ ଯାନ ବର୍ଗରେ ୧୮%, ୩ ଚକିଆ ଯାନ ବର୍ଗରେ ୭୩% ଏବଂ ବାଣିଜି୍ୟକ ଯାନ କ୍ଷେତ୍ରରେ ୩୦% ହ୍ରାସ ହେବା ନେଇ ଆକଳନ କରାଯାଇଛି। କେବଳ ଟ୍ରାକ୍ଟର ସେଗ୍ମେଣ୍ଟ ଭଲ ପ୍ରଦର୍ଶନ କରିଛି। ସବୁଠାରୁ ବେଶି କ୍ଷତି ପାସେଞ୍ଜର ଯାନ ସେଗ୍ମେଣ୍ଟକୁ ହୋଇଥିବା ଜଣାପଡିଛି।