ରାମ ମନ୍ଦିର ଉଦଘାଟନ ପୂର୍ବରୁ ଆମେରିକାରେ କାର ରାଲି…

ଓ୍ବାଶିଂଟନ,୧୭।୧୨: ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ବିଷୟରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ବାତାବରଣ ଅଛି। ଆମେରିକାରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରେ ସମାନ ଉତ୍ସାହ ଏବଂ ଆନନ୍ଦ ରହିଛି। ଏହି କାରଣରୁ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଏହା ଆମେରିକାରେ ଏକ ମାସ ପାଇଁ ପାଳନ କରାଯିବ। ଶନିବାର ଦିନ ଏକ ବିଶାଳ କାର୍‌ ରାଲିରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ୱାଶିଂଟନ ଡିସିର ଉପାନ୍ତ ଅଞ୍ଚଳରେ ଏହି କାର୍‌ ରାଲି କରାଯାଇଥିଲା।

ଆମେରିକାରେ ବାସ କରୁଥିବା ହିନ୍ଦୁମାନେ ମେରିଲ୍ୟାଣ୍ଡ ନିକଟ ଫ୍ରେଡେରିକ ସହରର ଶ୍ରୀ ଭକ୍ତ ଆଞ୍ଜନେୟା ମନ୍ଦିରରେ ଏକତ୍ରିତ ହୋଇ ରାମ ମନ୍ଦିରର ଉଦଘାଟନ ଉତ୍ସବରେ ଏକ କାର୍‌ ରାଲି କରିଥିଲେ। ଆମେରିକାର ବିଶ୍ୱ ହିନ୍ଦୁ ପରିଷଦର ସଭାପତି ମହେନ୍ଦ୍ର ସାପା କହିଛନ୍ତି ହିନ୍ଦୁମାନଙ୍କ ୫୦୦ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଆମେ ମଧ୍ୟ ଆମେରିକାରେ ଏହି ଐତିହାସିକ ଉତ୍ସବ ପାଳନ କରୁଛୁ । ଜାନୁଆରୀ ୨୦ରେ ୱାଶିଂଟନ, ଡିସି ଅଞ୍ଚଳରେ ପ୍ରାୟ ୧୦୦୦ହିନ୍ଦୁ ପରିବାରଙ୍କ ଉପସ୍ଥିତିରେ ଏହି ଐତିହାସିକ ଉତ୍ସବ ଅନୁଷ୍ଠିତ ହେବ ।

Share