ନୂଆଦିଲ୍ଲୀ,୧୯।୧୨ : ସମ୍ପ୍ରତିି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ ପାଇଁ କ୍ରେଜ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଲାଇକ ପାଇବା ଦୌଡ଼ରେ ଯୁବବର୍ଗମାନେ ନିଜ ଜୀବନକୁ ବାଜି ଲଗାଇ ଭିଡିଓ ତିଆରି କରୁଥିବା ଦେଖାଯାଉଛି। ନିକଟରେ ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଏକ ଗଭୀର ହ୍ରଦ ଉପରେ ଦ୍ରୁତ ବେଗରେ କାର ଚଳାଉଛନ୍ତି । ଯିଏ ଭିଡିଓ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯୁବକ ଜଣକ ଏହା କିପରି କଲେ ।
ଭାଇରାଲ ଭିଡିଓରେ, ଦେଖାଯାଇଛି ଯୁକ ଜଣକ ଦ୍ରୁତ ବେଗରେ ଆସି ନିମିଷକେ ପାଣି ଉପରେ କାର ଚଲାଉଛନ୍ତି। ଯଦି କାରଟି ନିଜ ପଥରୁ ସାମାନ୍ୟ ବିଚ୍ୟୁତ ହୋଇଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। କିଛି ଉପଭୋକ୍ତା ଭିଡିଓ ଦେଖିବା ପରେ ନିଜର କ୍ରୋଧ ମଧ୍ୟ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଆଜିକାଲି ଯୁବବର୍ଗମାନେ ଯାହାସବୁ ଦେଖନ୍ତି ତାହା କରିବାକୁ ଚେଷ୍ଟା କରନ୍ତି।
ଏହି ଭିଡିଓ ସୋସିଆଲ ମିଡିଆରେ ସ୍ପିଡ ପିପ ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି, ଏହି ଭିଡିଓ ଏପର୍ଯ୍ୟନ୍ତ ୫ ଲକ୍ଷ ୫୧ ହଜାରରୁ ଅଧିକ ଲାଇକ ପାଇଛି । ୟୁଜରମାନେ ଭିଡିଓ ଉପରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଏହା କିପରି ହୋଇପାରେ। କିଛି ଲୋକ କାରର ଟାୟାରକୁ ପ୍ରଶଂସା କରି କହିଛନ୍ତି ଏଗୁଡ଼ିକ ନାଇଟ୍ରୋଜେନ ଟାୟାରର ଚମତ୍କାର।