Categories: ଜାତୀୟ

ଚାହୁଁଚାହୁଁ ବୁଡ଼ିଗଲା କାର: ରାସ୍ତାରେ ୩ ଫୁଟ ପାଣି

ଗୁଡ଼ଗାଓଁ,୨୩।୭: ଗତ କିଛି ଦିନ ଧରି ଗୁଡ଼ଗାଓଁରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ୩ ଫୁଟର ବନ୍ୟାଜଳ ଦିଲ୍ଲୀ-ଗୁଡ଼ଗାଓଁ ଏକ୍ସପ୍ରେସ୍‌ ଓ୍ବେ ଉପରେ ପ୍ରବାହିତ ହେଉଛି। ଏକ କାର କିପରି ନିମିଷକେ ବନ୍ୟା ଜଳରେ ବୁଡ଼ିଯାଉଛି ତାହାର ଏକ ଭିଡ଼ିଓ ଏବଂ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କାର ଚାଳକ ଏକ୍ସପ୍ରେସ୍‌ ଓ୍ବେରେ ହଠାତ୍‌ ବନ୍ୟା ଜଳ ଆସିବ ବୋଲି ଜାଣିପାରି ନ ଥିଲେ। ସେ ଏକ୍ସପ୍ରେସ୍‌ ଓ୍ବେ ପାର୍‌ ହେବାକୁ ଉଦ୍ୟମ କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ଶେଷରେ କାର୍‌ ଡୋର ଖୋଲି ବାହାରକୁ ଆସି ସେ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଏକ୍ସପ୍ରେସ୍‌ ଓ୍ବେର ନରସିଂହପୁରଠାରେ ଘଟିଥିବା କୁହାଯାଉଛି।

Share