ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିବା ବେଳେ ବାଲିଗୁଡ଼ା, କ. ନୂଆଗାଁ ପାର ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆମାନେ ବେଧଡ଼କ ଚୋରାଚାଲାଣ କରୁଛନ୍ତି। ଦାରିଙ୍ଗବାଡ଼ି ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣକୁ ଧରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା କିଲାବାଡି ଗ୍ରାମର ନୀନ ପ୍ରଧାନ। ଆଇଆଇସି କୌଶିକ ମାଝି ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କହିଛନ୍ତି।
ସୂଚନାଯୋଗ୍ୟ, ଏକ ଧଳା କାର୍ ନଂ (ଓଡି ୦୨ ଏବି ୦୦୪୫)ରେ ୪୦ କେଜି ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି କାର୍ ସହ ଗଞ୍ଜେଇ ଜବତ କରିଥିଲା ଓ ଏଥିରେ ସମ୍ପୃକ୍ତି ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି କହିଛନ୍ତି। ଏନେଇ କେସ୍ ନଂ ୧୩୦/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରିରଖିଛି।