Categories: ଜାତୀୟ

ବରଫରେ ଖାଲକୁ ଖସିଲା କାର୍‌, ଭିଡିଓ ଦେଖିଲେ…

ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ ସୁନ୍ଦର ଦେଖାଯାଏ, କିନ୍ତୁ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ। ନିକଟରେ ଜମ୍ମୁ କାଶ୍ମୀରର ଗୁଲମର୍ଗରୁ ଏକ ସଡ଼କ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ବରଫ ରାସ୍ତା ଯୋଗୁ ଏକ କାର୍‌ ରାସ୍ତାପାର୍ଶ୍ୱ ବାଡ଼ା ଭାଙ୍ଗି ଖାଲ ମଧ୍ୟକୁ ଖସିପଡ଼ିଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାନୁଯାୟୀ, ଜମ୍ମୁ କଶ୍ମୀରର ଗୁଲମର୍ଗରେ ଏହି ଘଟଣା ଘଟିଛି। ଏଠାରେ ତୁଷାରପାତ ରାସ୍ତା ଥିବାରୁ ଏକ କାର୍‌ ଖସି ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୫ ଜଣ ଆହତ ହୋଇଥିବା କୁହାଯାଉଛି। ରାସ୍ତା କଡ଼ରେ ଥିବା ବାଡ଼ାକୁ ଭାଙ୍ଗିବା ପରେ କାର୍‌ଟି ଖାଲ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣାର ଭିଡିଓ ପଛରେ ଆଉ ଏକ କାର୍‌ରେ ବସିଥିବା ଲୋକମାନେ ରେକର୍ଡ କରିଛନ୍ତି। ଭିଡିଓରେ ରାସ୍ତାରେ ବରଫ ଦେଖାଯାଉଛି, ଯେଉଁଥିପାଇଁ କାରଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣାର ଭିଡିଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି- ଶୀତଦିନେ କଶ୍ମୀରରେ ଗାଡ଼ି ଚଳାଇବା ଏକ ଦୁଃସ୍ବପ୍ନ ହୋଇପାରେ। ମୁଁ ଆଶା କରୁଛି ଏହି ଗାଡ଼ିରେ ଥିବା ସମସ୍ତ ଲୋକ ନିଶ୍ଚିତ ସମୟ ପୂର୍ବରୁ ବାହାରକୁ ଆସିଥିବେ। ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ତୀବ୍ର ବେଗରେ ଲୋକମାନେ ଦେଖୁଛନ୍ତି।

Share