ଆମପାଣି ଘାଟିରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା,୨୦ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ଗୁରୁବାର ସାରେ ଜଗଦଲପୁରରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର୍‌ ଓ ବିପରୀତ ଦିଗରୁ ଆସୁଥିବା ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଟ୍ରକ୍‌ରେ ପିଟିହୋଇ କାର୍‌ର ସାମ୍ନା ପଟ ଚୁରମାର ହୋଇଯାଇଛି। ଏଥିରେ କାର୍‌ରେ ଥିବା ଡ୍ରାଇଭର ଓ ପରିବାରର ୪ ଜଣଙ୍କ ମଧ୍ୟରୁ ରବୀନ୍ଦ୍ର କୁମାର ଅଗ୍ରୱାଲ(୫୧) ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ପରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ରବୀନ୍ଦ୍ରଙ୍କୁ ଜିଲା ସଦର ହସ୍ପିଟାଲ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।

ଘାଟିରେ ଦୁର୍ଘଟଣା

Share