ସାଉଦି ସହରରେ ଚାଲିବନି କାର୍‌

ରିୟାଦ, ୧୨ା୧: ସାଉଦି ଆରବରେ ବିନା ରାସ୍ତାରେ ନୂଆ ସହର ନିର୍ମାଣ କରିବାକୁ ଯାଉଛନ୍ତି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ। ଶୂନ କାର୍ବନ ଗ୍ୟାସ୍‌ ନିର୍ଗମନ ଲକ୍ଷ୍ୟରେ ଏହି ସହରରେ କୌଣସି କାର୍‌ ଚାଲିବନି ବୋଲି ପ୍ରୋଜେକ୍ଟର ଲକ୍ଷ୍ୟ ରହିଛି। ୨୬,୫୦୦ ବର୍ଗ କିମି ଏରିଆରେ ବସିବାକୁ ଥିବା ସହରର ଦୀର୍ଘତା ପ୍ରାୟ ୧୭୦ କିମି ରହିବ। ଲାଲ ସାଗର ତଟ କୂଳରେ ଚଳିତ ବର୍ଷ ପ୍ରଥମ ତ୍ରୈମାସିକରେ ସହରର ନିର୍ମାଣ କାମ ଆରମ୍ଭ ହେବ। ଏହି ସହରକୁ ତୈଳ ବ୍ୟବହାର ମୁକ୍ତ କରିବାକୁ ଲକ୍ଷ୍ୟ ରହିଛି। ଏଠାରେ ପ୍ରାୟ ୧୦ ଲକ୍ଷ ଲୋକ ବସବାସ କରିବେ। ସହରରେ ବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯିବା ସହ ଚାଷ ପାଇଁ ବ୍ୟବସ୍ଥା ରହିବ। ୩ ଲକ୍ଷ ୮୦ ହଜାର ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ସମ୍ପୂର୍ଣ୍ଣ ଭିତ୍ତିଭୂମି ପାଇଁ ପ୍ରାୟ ୨ ଶହ ବିଲିୟନ ଡଲାର ଖର୍ଚ୍ଚ ହେବ ।

Share