ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ କାର୍ଡ ପଞ୍ଜୀକରଣ

ରାୟଗଡ଼ା,୨୪।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶ୍ରମ କାର୍ଯ୍ୟାଳୟରେ ପିଛା ଛାଡ଼ୁନି ଦୁର୍ନୀତି ଓ କେଳେଙ୍କାରୀ। ନିର୍ମାଣ ଶ୍ରମିକ କାର୍ଡରେ ମୃତ୍ୟୁକାଳୀନ ବୀମା ଅର୍ଥ ହେରଫେର ଘଟଣାରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ଶୁଭଦର୍ଶିନୀ ସାହୁ ନିଲମ୍ବିତ ହୋଇଥିଲେ। ଏବେ ପୁଣି ଏକ ଦୁର୍ନୀତି ସାମ୍ନାକୁ ଆସିଛି। ଜିଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶ୍ରମ ଅଧିକାରୀ ମୃତକଙ୍କ ନାଁରେ ନିର୍ମାଣ ଶ୍ରମିକ କାର୍ଡକୁ ଅନୁମୋଦନ କରିଥିବା ଘଟଣା ନଜରକୁ ଆସିଛି। କଲ୍ୟାଣସିଂହପୁର ବ୍ଲକ୍‌ର ଜଣେ ମୃତ ମହିଳା ଓ କାଶୀପୁର ବ୍ଲକ୍‌ର ଜଣେ ମୃତ ପୁରୁଷଙ୍କ ନାଁରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜୀକରଣ ହୋଇଥିବା ଜଣାପଡ଼ିଛି। କେବଳ ଏହି ୨ ଜଣ ନୁହନ୍ତି, ଏଭଳି ଅନେକ ମୃତକଙ୍କ ନାମରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜୀକରଣ ହୋଇଥିବା ସନ୍ଦେହ ଘେରକୁ ଆସିଥିବା ନେଇ ସାମାଜିକ କର୍ମୀ ବଳରାମ ପଣ୍ଡା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ, କଲ୍ୟାଣସିଂହପୁର ବ୍ଲକ୍‌ କଦଳୀଚୁଆଁ ଗ୍ରାମର ପ୍ରମିଳା କୌଶଲିଆ ୨୦୨୩ ନଭେମ୍ବର ୧୫ରେ ମୃତ୍ୟୁବରଣ କରିଥିବା ତାଙ୍କ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ସଂଖ୍ୟା ୬୨୮/୨୦୨୩ରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ମୃତ ମହିଳାଙ୍କ ନାଁରେ ୨୦୨୩ ଡିସେମ୍ବର ୩୦ରେ ନିର୍ମାଣ ଶ୍ରମିକ କାର୍ଡ ନମ୍ବର(ଓଡିଆର୍‌ଜିଡି ୦୦୧୦୯୪୩୫୯)ରେ ପଞ୍ଜୀକରଣ କରାଯାଇଥିଲା। ଜିଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ କୌଣସି ଅନୁଧ୍ୟାନ ନ କରି ଏହାକୁ ଅନୁମୋଦନ କରିଛନ୍ତି। ସେହିଭଳି କାଶୀପୁର ବ୍ଲକ୍‌ ପାଞ୍ଚାଲି ଗ୍ରାମର ଇଙ୍ଗୁ ମାଝିଙ୍କର ୨୦୨୩ ଅକ୍ଟୋବର ୧୫ରେ ମୃତ୍ୟୁ ହୋଇଥିବା ବେଳେ ୨୦୨୩ ଅକ୍ଟୋବର ୧୭ରେ ତାଙ୍କ ନାଁରେ ନିର୍ମାଣ ଶ୍ରମିକ କାର୍ଡ ନଂ.(ଓଡିଆର୍‌ଜିଡି ୦୦୧୦୯୫୨୬୨) ପଞ୍ଜୀକରଣ ହୋଇଛି। ଇଙ୍ଗୁଙ୍କ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ସଂଖ୍ୟା ୯୬୨/୨୦୨୩କୁ ଦେଖିଲେ ସହଜେ ଏହା ଅନୁମେୟ। ତେବେ ଏହି ଦୁଇଟି ନିର୍ମାଣ ଶ୍ରମିକ କାର୍ଡ ଆବେଦନ ପରେ ସହକାରୀ ଶ୍ରମ ଅଧିକାରୀ ରଇତ କେଉଁ ଆଧାରରେ ତଦନ୍ତକରି ଅନୁମୋଦନ କରିଛନ୍ତି ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ ରଇତଙ୍କୁ ପଚାରିବାରୁ ଏହା ଟ୍ରେଡ୍‌ ୟୁନିୟନ କର୍ମକର୍ତ୍ତାମାନେ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ତେଣୁ ତାହାକୁ ଅନୁମୋଦନ ଦିଆଯାଇଛି। ତେବେ ଟ୍ରେଡ୍‌ ୟୁନିୟନ ଆବେଦନ କରାଇଲେ ଏହାର ତଦନ୍ତ ନ କରିବା ପାଇଁ କୌଣସି ନିୟମ ଅଛି କି ପଚାରିବାରୁ ସେଭଳି କିଛି ନ ଥିବା କହିଥିଲେ। ଜିଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜଙ୍କୁ ପଚାରିବାରୁ ଏ ନେଇ ଯାଞ୍ଚ ଚାଲିଛି ବୋଲି କହିଛନ୍ତି। ଜିଲା ଶ୍ରମ ଅଧିକାରୀ ମୃତ୍ୟୁକାଳୀନ ବୀମାରାଶି ହେରଫେର ଘଟଣାରେ ନିଲମ୍ବିତ ହେବା ସହ ଜିଲା ଶ୍ରମ ବିଭାଗ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି। ତେବେ ମୃତ୍ୟୁ ପରେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜୀକରଣ ହୋଇଥିବା ଘଟଣାରେ ଥାନାରେ କାହିଁକି ମାମଲା ରୁଜୁ କରୁନାହିଁ ଶ୍ରମ ବିଭାଗ। ତେଣୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ଏହାର ନିରପେକ୍ଷ ତଦନ୍ତକଲେ ଏହି ଦୁର୍ନୀତିରେ ଲିପ୍ତ ରହିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅସଲ ମୁଖା ଖୋଲିଯିବ ବୋଲି ସାମାଜିକ କର୍ମୀ ବଳରାମ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାନାରେ କହିଲେ…

ଭୁବନେଶ୍ୱର,୨୧।୪: ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image