ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦ୍‌ଘାତଜନିତ ମୃତ୍ୟୁ

ଖଇରା, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଧୀନ ବଡଜୟୀପୁର ପଞ୍ଚାୟତ ସମିତିସଭ୍ୟା ପାର୍ବତୀ ସେଠୀଙ୍କ ଶ୍ୱଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ବିଜେଡି କର୍ମୀ ହତ୍ୟା କରାଯିବା ନେଇ ବିରୋଧୀ ଭାଜପାର ଅଭିଯୋଗ ଭିତ୍ତିହୀନ ସାବ୍ୟସ୍ତ ହୋଇଛି ା ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟରେ ବୃଦ୍ଧ ସେଠୀଙ୍କ ମୃତ୍ୟୁ ହୃଦ୍‌ଘାତଜନିତ ଜଣାପଡିବା ପରେ ଶାସକ ଦଳ କଡା ପ୍ରତିକ୍ରିୟା ରଖିଛନ୍ତି ା ସ୍ବାଭାବିକ ମୃତ୍ୟୁକୁ ନେଇ ଭାଜପା ନେତା ଓ କର୍ମୀମାନେ ବିଜୁ ଜନତା ଦଳ କର୍ମୀ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମକୁ ଯୋଡି ହତ୍ୟା ଅଭିଯୋଗ ଆଣିବା ହୀନ ମାନସିକତା ଏବଂ ଏହା ସେହି ଭାଜପା ପାଇଁ ଆଗାମୀ ଦିନରେ ବୁମେରାଂ ହେବ ା
ଖଇରା ସିମୁଳିଆବାସୀ ଏହାର ଉଚିତ୍‌ ଜବାବ ଦେବେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଭଳି ୨୦୨୪ରେ ଭାଜପା ମାଟି କାମୁଡିବ ବୋଲି ବିଜେଡି ନେତ୍ରୀ ତଥା ୬ନଂ. ଜୋନର ଜିଲାପରିଷଦ ସଭ୍ୟ ସୁଷମା ମହାପାତ୍ର କହିଛନ୍ତି।
ଜନତା ଦଳ ତଥା ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବଦ୍‌ନାମ କରିବା ପାଇଁ ଭାଜପା ଏହାକୁ ହତ୍ୟାର ରଙ୍ଗ ଦେଇଥିବା ଡୁଙ୍ଗୁରା ସରପଞ୍ଚ ପ୍ରକାଶ ଲେଙ୍କା କହିଛନ୍ତି। ୧୬ତାରିଖ ରାତିରେ ମିଳନ ପଡିଆରେ କୌଣସି ଗଣ୍ଡଗୋଳ ଘଟି ନ ଥିଲା ବୋଲି ଗ୍ରାମବାସୀ ପୋଲିସକୁ ପୂର୍ବରୁ କହିସାରିଥିଲେ। କେବଳ ଭାଜପାର ଏକ ଷଡଯନ୍ତ୍ର ବୋଲି ବଡଜୟୀପୁର ପଞ୍ଚାୟତର ବିଜେଡି ନେତା ବାବୁ ସେଠୀ କହିଛନ୍ତି ା ୧୬ତାରିଖ ଏହି ଘଟଣାକୁ ଭାଜପା ନେତୃବୃନ୍ଦ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ୧୭ତାରିଖରେ ସିମୁଳିଆ ଥାନା ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ଏହି ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିବାକୁ ପଛାଇ ନ ଥିଲେ। ଉପେନ୍ଦ୍ରଙ୍କ ପରିବାରଙ୍କ ଅଭିଯୋଗକ୍ରମେ ସିମୁଳିଆ ପୋଲିସ ୬ଜଣଙ୍କ ନାମରେ ଏକ ମାମଲା(ନଂ.୧୦୦/୨୨) ରୁଜୁ କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri