Categories: ବାଣିଜ୍ୟ

କେୟାର ହସ୍ପିଟାଲର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୯।୧୧: ସମୟ ସହିତ ଉନ୍ନତି ହୋଇଛି ଚିକିସତ୍ା ବିଜ୍ଞାନ। ବର୍ତ୍ତମାନ ଅତ୍ୟାଧୁନିକ ଟେକ୍‌ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିସତ୍ା କରାଯାଇପାରୁଛି। ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସି ( ଏଆଇ) ଏବଂ ରୋବୋଟିକ୍‌ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାରର ଆଣ୍ଠୁ ଅପରେଶନ୍‌ କରାଯାଇ ପାରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଗୋଳର ହୋଟେଲ ପ୍ରଶାନ୍ତିଠାରେ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବୀ, ଡାକ୍ତର ଏବଂ ଆଣ୍ଠୁ ସର୍ଜରୀ ହୋଇଥିବା ରୋଗୀମାନେ ଯୋଗଦାନ କରିଥିଲେ। ଏ ସମ୍ପର୍କରେ କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡା. ସନ୍ଦୀପ ସିଂହ କହିଥିଲେ, ପାରମ୍ପରିକ ସର୍ଜରୀ ତୁଳନାରେ ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସି (ଏଆଇ) ଏବଂ ରୋବୋଟିକ୍‌ ପଦ୍ଧତିରେ ଅପରେସନ୍‌ କଲେ ସଫଳତା ହାର ଏହାର ବେଶ୍‌ ଅଧିକ ରହିଥାଏ। ଏଥିରେ ରୋଗୀଙ୍କୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ି ନ ଥାଏ ଏବଂ ଶୀଘ୍ର ପୂର୍ବ ଭଳି ନିଜର ସମସ୍ତ କାମ ନିଜେ କରିପାରିବେ। ଏପରିକି ଆଣ୍ଠୁ ପ୍ରତିରୋପଣଠାରୁ ଆରମ୍ଭ କରି କ୍ରୀଡାଜନିତ ଆଘାତର ସଫଳ ଚିକିସତ୍ା ଏଆଇ ଏବଂ ରୋବୋଟିକ୍‌ ପଦ୍ଧତିରେ କରାଯାଇପାରୁଛି। ସେହିଭଳି ଡା ଲୋକନାଥ ଦାଶ (ଏଭିପି) ରୋଗୀମାନଙ୍କର ସଫଳ ଚିକିତ୍ସା ପାଇଁ ଅଭିନବ ଟେକ୍ନୋଲୋଜି ଗ୍ରହଣ କରିବାକୁ ହସ୍ପିଟାଲର ପ୍ରତିବଦ୍ଧତା ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। କେୟାର ହସ୍‌ପିଟାଲ ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସି ( ଏଆଇ) ଏବଂ ରୋବୋଟିକ୍‌ ପଦ୍ଧତି ଗ୍ରହଣ କରିଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଥିଲେ। ରୋଗୀମାନଙ୍କୁ ସର୍ବନିମ୍ନ ଜଟିଳତା, ଶୀଘ୍ର ଆରୋଗ୍ୟ ଲାଭ ସହ ସର୍ବୋତ୍ତମ ସାମ୍ଭାବ୍ୟ ଚିକିତ୍ସା ଯୋଗାଇବା ଆମର ନିରନ୍ତର ପ୍ରୟାସ ଅଟେ ବୋଲି ସେ ପ୍ରକାଶ କରିଥିଲେ।

Share