ବର୍ଷାଦିନେ ଲେଦର ତିଆରି ଜିନିଷ ବ୍ୟବହାର କଲେ ତାହା ପାଣି ଲାଗି ଖରାପ ହେବାର ସମ୍ଭାବନା ଥାଏ। ତେଣୁ ଏସବୁ ଜିନିଷର ଯତ୍ନ କିପରି ନେବେ ଜାଣି ରଖନ୍ତୁ
ଲେଦର୍ ଜିନିଷ ଯଥା ଜୋତା, ବେଲ୍ଟ, ଜ୍ୟାକେଟ୍, ଭ୍ୟାନିଟ୍, ପର୍ସ ଆଦି କିଣିଲା ବେଳେ, ଭଲ କ୍ୟାଲିଟିର କିଣନ୍ତୁ। କାରଣ ଖରାପ କ୍ୟାଲିଟିର ଜିନିଷ ବର୍ଷା ଦିନେ ବ୍ୟବହାର କଲେ ବର୍ଷାପାଣି ବାଜି ତାହା ଶୀଘ୍ର ନଷ୍ଟ ହୋଇଯାଏ।
ଲେଦର୍ ଜିନିଷ ବର୍ଷାରେ ଓଦା ହୋଇ ଯାଇଥିଲେ ତାକୁ ହାଲ୍କା ବ୍ରସ୍ରେ ସଫା କରି, ରୁମ୍ ଟେମ୍ପରେଚର୍ରେ ଶୁଖାଇ ଦିଅନ୍ତୁ। ଅଧିକ ଖରା କିମ୍ବା ନିଆଁକୁ ଆଦୌ ନିଅନ୍ତୁ ନାହଁି। ଏହାକୁ ଆପଣ ଟାୱେଲ୍ ବା ପେପର୍ରେ ପୋଛି ଶୁଖାଇ ପାରିବେ।
ବର୍ଷା ଦିନେ ପରିବେଶ ଅଧିକ ଆର୍ଦ୍ର ଥାଏ। ତେଣୁ ଏହା ବାୟୁ ସଂସ୍ପର୍ଶରେ ଆସି ନଷ୍ଟ ହୋଇପାରେ। ସେଥିପାଇଁ ଆପଣ ଏହାକୁ ସମ୍ପୂର୍ଣ୍ଣ ଶୁଖିଲା ସ୍ଥାନରେ ରଖନ୍ତୁ ଓ ମଝିରେ ମଝିରେ ବାହାର କରି ପୋଛି ପୁଣି ରଖନ୍ତୁ।