ନୂଆଦିଲ୍ଲୀ, ୧୩।୯ : ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ପୂର୍ବାନୁମାନକୁ ରେଟିଂ ଏଜେନ୍ସି କେୟାର ଖସାଇ ଦେଇଛି। ୨୦୨୦-୨୧ରେ ଭାରତର ଜିଡିପି ୮ରୁ ୮.୨% ହ୍ରାସ ଘଟିବ ବୋଲି ଏହା ଶନିବାର ମତ ଦେଇଛି। ଘରୋଇ ବଜାରର ବିକାଶ ହାର ୬.୨% ଖସିବ ବୋଲି ଏହି ଏଜେନ୍ସି ପୂର୍ବରୁ ମତ ପ୍ରକାଶ କରିଥିଲା। ସରକାର ଆଗକୁ କୌଣସି ବିତ୍ତୀୟ ସହାୟତା ଦେବେ ନାହିଁ ବୋଲି ଅନୁମାନ କରାଯାଉଛି। ବଜାରର ଅଭିବୃଦ୍ଧି ହ୍ରାସ ଧାରା ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଥିବା ଏହି ରେଟିଂ ଏଜେନ୍ସିର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାବିଶ କହିଛନ୍ତି। ସରକାର ତାଙ୍କ ପୁଞ୍ଜି ଖର୍ଚ୍ଚ ବଢାଇବା ନେଇ ଦେଖାଯାଉନାହିଁ। ୨୦୨୧-୨୨ରେ ବିକାଶ ହାର ପୁଣି ଥରେ ଫେରିବା ନେଇ ଏହା ଆକଳନ କରିଛି। ଲକ୍ଡାଉନ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିଯୋଗୁ ଦେଶର ପ୍ରଥମ ତ୍ରୈମାସ ଜିଡିପି -୨୩.୯% ଖସିଯାଇଛି।