ପାକିସ୍ତାନରେ ଗୀର୍ଜାଘର ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ କକର

ଇସଲାମବାଦ,୧୮।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ କକର। ସେ କହିଛନ୍ତି, ତାଙ୍କ ମଧ୍ୟବର୍ତ୍ତୀ ସରକାର ସମାଜରେ ଅନ୍ଧାରି ଶକ୍ତିକୁ ସମର୍ଥନ କରିବ ନାହିଁ। ପଞ୍ଜାବ ହେଉଛି ଦେଶର ଏକ ମୁସଲମାନ ସଂଖ୍ୟାଲଘୁ ପ୍ରଦେଶ।
କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକରେ କକର କହିଛନ୍ତ, ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ହେବ। ଦଳିତଙ୍କ କ୍ଷତି କରିବାକୁ ଯେକେହି ବି ଉଦ୍ୟମ କଲେ ତାଙ୍କୁ କଠୋର ଜବାବ ଦିଆଯିବ ବୋଲି ସେ କହିଛନ୍ତି।

ଲାହୋର ଠାରୁ ୧୩୦ କିଲୋମିଟର ଦୂରରେ ଥିବା ଫୈସଲାବାଦ ଜିଲାର ଜାରାନୱାଲା ସହରରେ ଦେଶନିନ୍ଦା ଅଭିଯୋଗରେ ବୁଧବାର ୨୧ଟି ଚର୍ଚ୍ଚ ଓ ୩୫ଟି ଖ୍ରୀଷ୍ଟିଆନଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି।

Share