Categories: ବାଣିଜ୍ୟ

କ୍ୟାରେଟ୍‌ଲେନର ରକ୍ଷାବନ୍ଧନ କଲେକ୍ସନ

ଭୁବନେଶ୍ୱର,୧୫।୮: କ୍ୟାରେଟ୍‌ଲେନ୍‌ର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ଡିଜାଇନର ବ୍ୟାପକ ସମ୍ଭାର ‘ରକ୍ଷା ବନ୍ଧନ କଲେକ୍ସନ’କୁ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି କ୍ୟାରେଟ୍‌ଲେନ୍‌ର ଭୁବନେଶ୍ୱର ଷ୍ଟୋରଗୁଡ଼ିକରେ ନୂତନ କଲେକନ୍ସ ସହ ଆକର୍ଷଣୀୟ ଗୋଲ୍‌ଡ ଏକ୍ସଚେଞ୍ଜ ଅଫର ପ୍ରଦାନ କରାଯାଉଛି। କ୍ୟାରେଟ୍‌ଲେନ୍‌ର ଭୁବନେଶ୍ୱର ଷ୍ଟୋରଗୁଡ଼ିକରେ ଗ୍ରାହକ ବ୍ୟାପକ ଗିଫ୍ଟିଂ ସଲ୍ୟୁଶନ୍‌ କ୍ୟାରେଟ୍‌ଲେନ୍‌ର ନୂତନ କଲେକ୍ସନ ‘ସ୍ବିଚ୍‌’ରେ ଉପହାର ଦେବା ପାଇଁ ଏକାଧିକ ରେଞ୍ଜ୍‌ର ସମସାମୟିକ ଗହଣା ରହିଛି। ୧୪କ୍ୟାରେଟ୍‌ ସୁନାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବ୍ୟାପକ ଗହଣା ରହିଛି। ଉକ୍ତ କଲେକ୍ସନରେ ଇୟରିଂ ଏବଂ ନେକ୍‌ଲେସ୍‌ କ୍ଷେତ୍ରରେ ୧୫ଟି ଆକର୍ଷଣୀୟ ଡିଜାଇନ୍‌ ରହିଛି। ସେହିପରି ଉପଯୁକ୍ତ ରାଖୀ ଉପହାର ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କ୍ୟାରେଟ୍‌ଲେନ୍‌ର ‘ଗୋଲ୍‌ଡ ଏକ୍ସଚେଞ୍ଜ ଅଫର’ ରକ୍ଷା ବନ୍ଧନ ପର୍ବକୁ ଏକ ସ୍ମରଣୀୟ ଆକାରରେ ପାଳନ କରିବା ଲାଗି ଉପଯୁକ୍ତ ସୁଯୋଗ। କ୍ୟାରେଟ୍‌ଲେନ୍‌ ଡାଇମଣ୍ଡ ଡିଜାଇନ୍‌ ପାଇଁ ନିଜର ପୁରୁଣା ସୁନା ବଦଳାଉଥିବା ଗ୍ରାହକ ୧୧୦% ଏକ୍ସଚେଞ୍ଜ ଭାଲ୍ୟୁ ପାଇପାରିବେ। ଏହି ଅଫରକୁ ଆହୁରି ଆକର୍ଷଣୀୟ କରିବା ପାଇଁ କ୍ୟାରେଟ୍‌ଲେନ୍‌ ୧୪କ୍ୟାରେଟ୍‌ ଏବଂ ତଦ୍ଦୂର୍ଦ୍ଧ୍ୱ କ୍ୟାରେଟ୍‌ ସୁନା ଉପରେ ‘୦%’ ଡିଡକ୍ସନ ଅଫର ପ୍ରଦାନ କରୁଛି।

Share