ନିର୍ବାଚନ ଲଢ଼ିବେନି କ୍ୟାରି ଲାମ୍‌

ହଂକଂ, ୫ା୪: ହଂକଂ ଲିଡର କ୍ୟାରି ଲାମ୍‌ ଦ୍ୱିତୀୟ ଥର ଶାସନରେ ରହିବା ନିମନ୍ତେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି। ଜୁନ୍‌ ୩୦ରେ ହଂକଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏଥିସହ ୪୨ ବର୍ଷ ଧରି ଜନସାଧାରଣଙ୍କ ସେବାରୁ ବିରତି ନେବେ ବୋଲି ୬୪ ବର୍ଷୀୟା ଲାମ୍‌ କହିଛନ୍ତି। ଆସନ୍ତା ମେ’ରେ ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବୀ ପାଇଁ ନିର୍ବାଚନ ହେବ। ହଂକଂର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ନିର୍ବାଚନ ପ୍ରତ୍ୟକ୍ଷ ଭାବେ କରିବା ଦାବିରେ ୨୦୧୯ରେ ତାଙ୍କ ସରକାର ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବେଜିଂ ସେଠାରେ କଠୋର ଜାତୀୟ ସୁରକ୍ଷା କାନୁନ ଲାଗୁ କରି ବିରୋଧକୁ ଚପାଇବାକୁ ଉଦ୍ୟମ କରିଥିଲା। ହଂକଂ ମିଡିଆ ରିପୋର୍ଟ ଅନୁସାରେ, ତାଙ୍କ ପରେ ସୁବୁଠୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଧିକାରୀ ତଥା ମୁଖ୍ୟ ଶାସନ ସଚିବ ଜନ୍‌ ଲି ପରବର୍ତ୍ତୀ ନେତା ଦୌଡ଼ରେ ସାମିଲ ହୋଇପାରନ୍ତି। କୌଣସି କମିଟି ବଦଳରେ ୨୦୧୯ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଲି ସହରର ସୁରକ୍ଷା ପ୍ରମୁଖ ଥିଲେ। ସୂଚନାଯୋଗ୍ୟ, ହଂକଂ ନେତାଙ୍କ ନିର୍ବାଚନ ଏକ କମିଟି ଦ୍ୱାରା ହୋଇଥାଏ। ଏଥିରେ ଏମ୍‌ପି, ବିଭିନ୍ନ ଉଦ୍ୟୋଗର ପ୍ରତିନିଧି, ବେଜିଂ ସମର୍ଥକଙ୍କ ପ୍ରତିନିଧି ରହିଥାନ୍ତି।

Share