ଭିକ୍ଟୋରିଆ,୨୪।୧୦: ବ୍ରିଟିଶ କଲମ୍ବିଆ ଉପକୂଳରେ ଖଣିଜ ରାସାୟନିକ ପଦାର୍ଥ ନେଇ ଯାଉଥିବା ଏକ କଣ୍ଟେନର ଜାହାଜରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ବାହାରୁଥିବା ବିଷାକ୍ତ ଗ୍ୟାସ ପରିବେଶ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଆମେରିକାର ତଟରକ୍ଷୀ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା କାନାଡିଆନ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ୧୬ଜଣ କ୍ରିଉଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫ଜଣ କ୍ରିଉ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ପାରି ନଥିବା ଏମଭି ଜିମ କିଙ୍ଗଷ୍ଟନର କାନାଡା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି । ଏଥିରେ ଦଶଟି ପାତ୍ର ଜଳୁଥିଲା ବୋଲି ଜଣାପଡ଼ିଛି। ନାବିକମାନଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।