ସଙ୍କଟରେ କାର୍ଗୋ ଶିପ୍‌

ହ୍ୟାଗ୍‌,୮ା୪: ନେଦରଲାଣ୍ଡସ୍‌ର କାର୍ଗୋ ଶିପ୍‌ ଏମ୍‌ସ୍ଲିଫ୍ଟ୍ଟ ହେଣ୍ଡ୍ରିକା ପେଟ୍ରୋଲ ଓ ଡିଜେଲ ନେଇ ଯାଉଥିବାବେଳେ ନରଓ୍ବେଜିଆନ୍‌ ସି’ରେ ଡ଼ୁବିଯିବା ଅବସ୍ଥାରେ ରହିଛି। ୧୨ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁବା ପରେ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ନରଓ୍ବେର ତଟରକ୍ଷୀ ପ୍ରଶାସନ ମଙ୍ଗଳବାର ଆଲେସୁଣ୍ଡ ଉପକୂଳକୁ ଏକ କୋଷ୍ଟ୍‌ ଗାର୍ଡ ଶିପ୍‌ ପଠାଇ ବୁଡ଼ିଯାଉଥିବା ଜାହାଜକୁ ରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେ ଏଥିରେ ଖରାପ ପାଗ ଓ ୧୫ ମିଟର ଉଚ୍ଚତାର ଜୁଆର ବାଧକ ସାଜିଥିବା ନରଓ୍ବେଜିଆନ୍‌ କୋଷ୍ଟାଲ ଆଡ୍‌ମିନିଷ୍ଟ୍ରେଶନ ନିର୍ଦ୍ଦେଶକ ହନ୍ନେସ-ପିଟର ମୋର୍ଟେନଶୋଲମ୍‌ ସୂଚନା ଦେଇଛନ୍ତି। ୨୦୧୫ରେ ନେଦରଲାଣ୍ଡସ୍‌ରେ ପଞ୍ଜୀକୃତ ଏହି ଜାହାଜର ମୁଖ୍ୟ ଇଞ୍ଜିନ୍‌ ସୋମବାର ରାତିରେ ଖରାପ ହୋଇଯିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି।

Share