ଦୁଇଖଣ୍ଡ ହୋଇଗଲା ଜାହାଜ

ଟୋକିଓ,୧୨ା୮: ପାନାମା ପଞ୍ଜୀକୃତ ଏକ ଜାହାଜ ଜାପାନର ଉତ୍ତର ଉପକୂଳରେ ଭାଙ୍ଗି ଦୁଇଖଣ୍ଡ ହୋଇଯାଇଛି। ସେଥିରୁ ତେଲ ଲିକ୍‌ ହେବାରୁ ସାମୁଦ୍ରିକ ଜୀବଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ୩,୯୯,୧୦,୦୦୦ କେଜି. ଓଜନ ବିଶିଷ୍ଟ ଜାହାଜ ‘କ୍ରିମ୍‌ସନ୍‌ ପୋଲାରିସ୍‌’ରେ ୨୧ କ୍ରିଉ ମେମ୍ବର ଥିଲେ। ଉକ୍ତ ଜାହାଜଟି ଦୁଇଦିନ ତଳେ ଥାଇଲାଣ୍ଡରୁ ଯାତ୍ରା ଶେଷ କରିଥିଲା। ହାଚିନୋହେ ହାର୍ବରରୁ ବୁଧବାର ସକାଳେ କାଠ ଗୁଣ୍ଡ ନେଇ ବାହାରିଥିଲା। ବନ୍ଦରରୁ ମାତ୍ର ୪ କି.ମି. ଦୂରକୁ ଯାଇଥିବାବେଳେ ଖରାପ ପାଗ ଯୋଗୁ ଆଉ ଆଗକୁ ବଢ଼ିପାରି ନ ଥିଲା। ପରେ ଗୁରୁବାର ସକାଳେ ଏହା ଦୁଇଖଣ୍ଡ ହୋଇଯାଇଥିଲା। ଭଗ୍ନ ଜାହାଜକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

Share