ଶୀତଦିନେ ଶିଶୁର ଯତ୍ନ

ଶୀତଦିନେ ଶିଶୁଙ୍କୁ ଥଣ୍ଡା, କାଶ, ଜ୍ୱର ଏବେ ଇନ୍‌ଫେକ୍‌ଶନ ଆଦିରୁ ରକ୍ଷାକରିବା ନିମନ୍ତେ ସଚେତନ ରହିବା ଜରୁରୀ। ଏଥିପାଇଁ କ’ଣ ସବୁ କରିବେ ଜାଣି ରଖନ୍ତୁ ।

ଶୀତଦିନେ ଶିଶୁଙ୍କୁ ନଖଉଷୁମ ପାଣିରେ ସ୍ନାନ କରାନ୍ତୁ। ସ୍ନାନ ପାଣିରେ ଆଣ୍ଟି ବ୍ୟାକ୍ଟେରିଆଲ ଲିକ୍ୟୁଡ୍‌ ପକାଇ ସେଥିରେ ଟାୱେଲ ଭିଜାଇ ପୋଛି ଦିଅନ୍ତୁ। ଯଦି ଅତ୍ୟଧିକ ଥଣ୍ଡା ହେଉଥାଏ ତେବେ ଦୁଇଦିନରେ ଥରେ ସ୍ନାନ କରାନ୍ତୁ।
ଶିଶୁଙ୍କୁ ଶୀତଦିନେ ଇନ୍‌ଫେକ୍‌ଶନରୁ ରକ୍ଷା କରିବା ନିମନ୍ତେ ଦିନକୁ ଦୁଇଥର ପୋଷାକ ବଦଳାନ୍ତୁ।
ପ୍ରତିଦିନ ତେଲ ମାଲିସ ନିଶ୍ଚୟ କରନ୍ତୁ। ତେଲକୁ ହାଲୁକା ଉଷୁମ କରି ମାଲିସ କଲେ ଭଲ।
ଶିଶୁଙ୍କୁ ଶୀତଦିନେ ଖରାକୁ ନିଶ୍ଚୟ ନିଅନ୍ତୁ। ଫଳରେ ସେମାନଙ୍କୁ ଭିଟାମିନ୍‌ ଡି ମିଳିବ ଓ ହାଡ଼ ମଜଭୁତ ହେବ।
ଶୀତଦିନେ ପିଲାଙ୍କୁ ଥଣ୍ଡାର ପ୍ରକୋପରୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର ପିନ୍ଧାନ୍ତୁ କିନ୍ତୁ ସେମାନଙ୍କ ଉପରେ ଅତ୍ୟଧିକ ଓଜନିଆ କପଡ଼ା ଲଦନ୍ତୁ ନାହିଁ।
ଶିଶୁ ରହିଥିବା ରୁମରେ ହିଟର ବ୍ୟବହାର କରନ୍ତୁ ନାହିଁ। ରୁମ୍‌ ହିଟରରୁ ବାହାରୁଥିବା ଗରମ ଓ ଶୁଖିଲା ପବନ ଶିଶୁର ଶରୀର ପାଇଁ କ୍ଷତିକାରକ।