Categories: ଖେଳ

କାର୍ଲୋସ୍‌ଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୨୧ା୨ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଏଫ୍‌ସି(ଓଏଫ୍‌ସି) ଅଧିନାୟକ କାର୍ଲୋସ୍‌ ଡେଲଗାଡୋଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରିଛି। ସେଣ୍ଟର ବ୍ୟାକ ଭାବରେ ଖେଳୁଥିବା କାର୍ଲୋସ୍‌ ଡେଲଗାଡୋ ଓଏଫ୍‌ସି ରକ୍ଷଣଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ୨୦୧୯-୨୦ ସିଜନରେ ସେ ଓଏଫ୍‌ସିରେ ଯୋଗ ଦେଇଥିଲେ। ପଡିଆ ବାହାରେ ଏବଂ ଭିତରେ ନିଜ ବଳିଷ୍ଠ ନେତୃତ୍ୱ ବଳରେ ଉଦାହରଣ ସୃଷ୍ଟି କରିବାରେ ସେ ସମର୍ଥ ହୋଇଛନ୍ତି। ଟ୍ୟାକେଲ ଏବଂ ହେଡର ଜରିଆରେ ସେ ସାଥୀ ଖେଳାଳିଙ୍କ ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଏହି କାରଣରୁ କାର୍ଲୋସଙ୍କ ସହିତ ଚୁକ୍ତିନାମା ଆଉ ଏକ ବର୍ଷ ବୃଦ୍ଧି ପାଇଛି। ଶକ୍ତିଶାଳୀ ଦଳ ଗଠନ କରିବାକୁ ହେଲେ ଏକ କୋର୍‌ ଟିମ୍‌ ଗଠନ କରିବାକୁ ହେବ। ୩୪ ବର୍ଷୀୟ କାର୍ଲୋସ୍‌ ଭାରତୀୟ ଫୁଟବଲ୍‌ ସର୍କିଟରେ ଏକ ପରିଚିତ ଚେହେରା। ତାଙ୍କ ଉପସ୍ଥିତି କେବଳ ଓଏଫ୍‌ସି ନୁହେଁ ଫୁଟବଲ ପାଇଁ ମଧ୍ୟ ଫାଇଦା ଆଣିବ ବୋଲି କୁହାଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଓଏଫ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share