ଆମେରିକାରେ ମାଂସଭକ୍ଷୀ ବ୍ୟାକ୍ଟେରିଆ ଆତଙ୍କ

ଓ୍ବାଶିଂଟନ୍‌, ୧୨।୪: ଆମେରିକାର ପୂର୍ବତଟରେ ମାଂସଭକ୍ଷୀ ବ୍ୟାକ୍ଟେରିଆ ଦ୍ୱାରା ଲୋକେ ଭିବ୍ରିଓ ଭଲନିଫିକସ୍‌ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ବିରଳ ବ୍ୟାକ୍ଟେରିଆ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଗରମ ଜଳ ଯୋଗୁ ସ୍ଥାନୀୟ ଲୋକେ ଏହି ବ୍ୟାକ୍ଟେରିଆରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଭିବ୍ରିଓ ଭଲନିଫିକସ୍‌ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ଆଶଙ୍କା ବଢ଼ିଯାଉଥିବା ଆମେରିକାର ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍‌ ପକ୍ଷରୁ କୁହାଯାଇଛି। ରୋଗୀମାନଙ୍କର ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ଅନେକ ସମୟରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଖଣ୍ଡିଆ ହୋଇଥିବା ଅଙ୍ଗକୁ କାଟିବାକୁ ମଧ୍ୟ ପଡ଼ୁଥିବା ଡାକ୍ତର କହିଛନ୍ତି। ଭିବ୍ରିଓ ଭଲନିଫିକସ୍‌ରେ ଆକ୍ରାନ୍ତ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଥିବାବେଳେ ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି।

Share