ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି ଆନ୍‌ ସିଂହ କରୋଲିନାଙ୍କୁ ମିସ୍‌ ଓ୍ବାଲର୍‌ଡ ମୁକୁଟ ପିନ୍ଧାଇଛନ୍ତି। ଯୁକ୍ତରାଷ୍ଟ୍ରର ସାଇନ ଏହି ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇଥିଲେ। ତେଣୁ ଦ୍ୱିତୀୟ ରନର୍ସ ଅପ୍‌ ଭାବରେ କୋଟ୍‌ ଡି ଆଇଭୋର ଅଲିଭିୟାଙ୍କୁ ଚୟନ କରାଯାଇଥିଲା। ସାଇନ ହେଉଛନ୍ତି ଭାରତୀୟ ମୂଳ ଆମେରିକୀୟ ନାଗରିକ।

ହର୍ନାଜ ସାନ୍ଧୁ ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ପରେ ମିସ୍‌ ଓ୍ବାଲର୍‌ଡ ଉପରେ ଭାରତର ନଜର ଥିଲା। କିନ୍ତୁ ଏହି ସ୍ବପ୍ନ ଭାଙ୍ଗିଗଲା ଯେତେବେଳେ ଭାରତର ପ୍ରତିନିଧିତ୍ୱ କରୁଥିବା ମନସା ବାରାଣସୀ ଟପ୍‌ ୬ରେ ସ୍ଥାନ ନେଇ ପାରି ନ ଥିଲେ।

ମିସ୍‌ ଓ୍ବାଲର୍‌ଡ ଫୋରମ୍‌ରେ ଉପଲବ୍ଧ ସୂଚନାନୁଯାୟୀ, ମିସ୍‌ ଓ୍ବାଲର୍‌ଡ ୨୦୨୧ ଟାଇଟଲ ଜିତିଥିବା ପୋଲାଣ୍ଡର କରୋଲିନା ବର୍ତ୍ତମାନ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

Share