ଟାଇଟଲ ଛାଡ଼ିଲେ କାରୋଲିନ୍‌

ଶ୍ରୀଲଙ୍କାର ଏକ ବିୟୁଟି ପ୍ରତିଯୋଗିତା ମଞ୍ଚ ଉପରେ ଅଶୋଭନୀୟ ଆଚରଣ ସହ ଆପରାଧିକ ମାମଲାରେ ଜଡ଼ିତ ମିସେସ୍‌ ଓ୍ବାଲର୍‌ଡ ବିଜେତା କାରୋଲିନ୍‌ ଜୁରି ତାଙ୍କ ଟାଇଟଲ ତ୍ୟାଗ କରିଛନ୍ତି। ୪ ଏପ୍ରିଲରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଥିଏଟରରେ ମିସେସ୍‌ ଓ୍ବାଲର୍‌ଡର ସ୍ଥାନୀୟ ପ୍ରତିଯୋଗିତା ଚାଲିଥିବାବେଳେ କାରୋଲିନ ବିଜେତା ପୁଷ୍କିକା ଡି ସିଲ୍‌ଭାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ଆଣିଥିଲେ। ଏଥିରେ ପୁଷ୍କିକା ଆହତ ହୋଇଥିଲେ। ପୁଷ୍କିକାଙ୍କ ଛାଡ଼ପତ୍ର ହୋଇସାରିଥିବାରୁ ସେ ଏହି ଟାଇଟଲ ପାଇଁ ଯୋଗ୍ୟ ନ ଥିବା କହି କାରୋଲିନ୍‌ ଏପରି କରିଥିଲେ। ପରେ ପୋଲିସ କାରୋଲିନ୍‌ଙ୍କୁ ଗିରଫ କରିଥିଲା। ୨୦୨୦ରେ ସେ ଆମେରିକାର ଲାସ୍‌ ଭେଗାସ୍‌ଠାରେ ମିସେସ୍‌ ଓ୍ବାଲର୍‌ଡ ମୁକୁଟ ପିନ୍ଧିଥିଲେ।

Share