Categories: ଜାତୀୟ

ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାଲକୁ ଖସିଲା, ୯ ଶହୀଦ…

ଲେହ,୧୯।୮ : ଦକ୍ଷିଣ ଲଦାଖର ନ୍ୟୋମାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଗଭୀର ଖାଲରେ ଖସି ପଡ଼ିଛି। ଏଥରେ ୯ ଯବାନ ଶହୀଦ ହୋଇଥିବା କୁହାଯାଉଛି। କେରି ସହରଠାରୁ ୭ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଅନ୍ୟ କେତେକ ଯବାନ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯବାନମାନେ କାରୁ ଗ୍ୟାରିଶନଠାରୁ କେରି ଯାଉଥିଲେ। ଶହୀଦଙ୍କ ମଧ୍ୟରେ ଜଣେ ଜେସିଓ ଏବଂ ୮ ଯବାନ ଅଛନ୍ତି।

ସନ୍ଧ୍ୟା ସାଢ଼େ ୬ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Share