ନୂଆଦିଲ୍ଲୀ,୬।୫: ଭାରତର ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍ର ନାଭାଲ ଭାରିଆଣ୍ଟ ସୋମବାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏୟାରକ୍ରାଫ ତେଜସ୍ର ନାଭାଲ ଭାରିଆଣ୍ଟ ଦେଶର ପ୍ରଥମ ସ୍ବଦେଶୀ ଯୁଦ୍ଧ ବିମାନ ପରିବହନ କରୁଥିବା ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରିଛି। ଆଇଏନ୍ଏସ୍ ବିକ୍ରାନ୍ତ ଏବଂ ଏଲ୍ସିଏର ଡିଜାଇନ୍ ଭାରତରେ ଏହା ନିର୍ମିତ କରାଯାଇଛି। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଯୁଦ୍ଧ ସମୟରେ ବିମାନ ଏବଂ ଜାହାଜଗୁଡ଼ିକ ଆଗରେ ରହିଥାନ୍ତି। ଆଇଏନ୍ଏସ୍ ବିକ୍ରାନ୍ତ ଏଲ୍ସିଏରେ ଅବତରଣ କଲାପରେ ଆତ୍ମ ନିର୍ଭର ଭାରତ ଦ୍ୱାରା ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏନେଇ ନୌସେନା ମୁଖପାତ୍ର ସି.ଡି.ଆର୍ ବିବେକ ମାଧୱାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହି ଯୁଦ୍ଧ ବିମାନ ଭାରତର ଦକ୍ଷତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।