ଆବଶ୍ୟକ ସାମଗ୍ରୀ
ଗାଜର- ଅଧା କପ୍ (କୋରା), ଧନିଆ ପତ୍ର- ଅଳ୍ପ (କଟା), ଚାଉଳ ଗୁଣ୍ଡ- ଅଳ୍ପ, ସୋୟା ଅଟା- ଚଉଠ କପ୍, ହଳଦୀ ଗୁଣ୍ଡ- ଅଧା ଚାମଚ, ଘିଅ ଓ ତେଲ ଆବଶ୍ୟକ ଅନୁସାରେ, ଲୁଣ ସ୍ବାଦ ଅନୁସାରେ।
ପ୍ରଣାଳୀ: ଗାଜର, ଧନିଆପତ୍ର, ସୋୟା ଅଟା, ହଳଦୀ ଗୁଣ୍ଡ ସହିତ ଅଳ୍ପ ଘିଅ ମିଶାଇ ଭଲଭାବେ ଏକ ପାତ୍ରରେ ଅଟା ଚକଟିଲା ପରି ଚକଟି ଦିଅନ୍ତୁ। ତେବେ ଚକଟିବା ପାଇଁ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ନିଅନ୍ତୁ। ଏହାପରେ ଛୋଟ ଛୋଟ ଗୁଳା କରି ଚାଉଳଗୁଣ୍ଡରେ ରୁଟି ପରି ବେଲି ଦିଅନ୍ତୁ। ଗ୍ୟାସରେ ନନ୍ଷ୍ଟିକ୍ ତାୱା ବସାଇ ସେଥିରେ ଅଳ୍ପ ଘିଅ କିମ୍ବା ତେଲ ଦେଇ ଏହି ରୁଟିକୁ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗାଜର ଓ ଧନିଆ ରୁଟି। ଆପଣ ଚାହିଁଲେ ଏଥିରେ ଅନ୍ୟ ମସଲା ମିଶାଇ ଏହାକୁ ସ୍ନାକ୍ସ ଭଳି ତିଆରି କରିପାରିବେ।