ଏହି ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାରି ମିନାଟି

ଅଜୟ ନାଗର, କ୍ୟାରି ମିନାଟି ନାମରେ ୟୁଟୁବ୍‌ରେ ଲୋକପ୍ରିୟ। ସେ ବର୍ତ୍ତମାନ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଅଭୀନତ ‘ମେଡ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ସୋସିଆଲ ମିଡିଆ ସେନ୍ସେସ୍‌ନ୍‌ ଭୂମିକାରେ ଅଭିନୟ କରିବେ। ଏ ନେଇ କ୍ୟାରି କହିଛନ୍ତି ଫିଲ୍ମ ଜଗତର ମହାନ ବ୍ୟକ୍ତିତ୍ୱଙ୍କ ସହ କାମ କରିବାକୁ ଯାଉଥିବାରୁ ସେ ବହୁତ ଖୁସି। ସେ ଉତ୍ସାହର ସହିତ ଏହି ବ୍ରାଣ୍ଡର ନୂଆ କାର୍ଯ୍ୟର ଅଂଶ ହେବାକୁ ଅପେକ୍ଷା କରିିଛନ୍ତି। ତେବେ ଏହି ଫିଲ୍ମରେ ରକୁଲ ପ୍ରୀତ ସିଂ, ଅଙ୍ଗିରା ଧର ଏବଂ ଆକାଂକ୍ଷା ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମଟି ‘୨୦୨୨ ଏପ୍ରିଲ୍‌ ୨୯ରେ ମୁକ୍ତିଲାଭ କରିବ।

Share