ଓ୍ବାଶିଂଟନ,୧।୭: ଆମେରିକାରେ ଖୁବ୍ଶୀଘ୍ର କାରଗୁଡିକ ଆକାଶରେ ନଜର ଆସିବ। ଫେଡେରାଲ ଏୟାର ଆଡମିନିଷ୍ଟ୍ରେଶନ ଆଲେଫ ଏରୋନେଟିକ୍ସର ମଡେଲ-ଏ କାରକୁ ସ୍ବତନ୍ତ୍ର ଏୟାରୱର୍ଥେଶନ ସାର୍ଟିଫିକେଟ ପ୍ରଦାନ କରିଛ। ଏହି ସଂପୂର୍ଣ୍ଣ ଇଲେକ୍ଟ୍ରିକ କାରର ମୂଲ୍ୟ ପ୍ରାୟ ୩୦୦,୦୦୦ଡଲାର ହେବ। କମ୍ପାନୀ ବର୍ତ୍ତମାନ ୫୦୦ ରୁ ୧,୫୦୦ଡଲାରରେ ବୁକିଂ ନେଉଛି। ଏହି କାରଟି ଏକ ହାଲୁକା ସ୍ପିଡ ଯାନ, ଯାହା ଅଧିକାଂଶ ରାଜ୍ୟର ନିୟମ ଅନୁଯାୟୀ। ଏହାର ପ୍ରାରମ୍ଭିକ ମଡେଲରେ କେବଳ ଦୁଇଜଣ ଲୋକ ଯାତ୍ରା କରିବାକୁ ସକ୍ଷମ ହେବେ।
ଏ ପର୍ଯ୍ୟନ୍ତ ୪୪୦ ଲୋକ କାର ବୁକ୍ କରିଛନ୍ତି। ୨୦୨୫ ଶେଷ ସୁଦ୍ଧା ଏହାକୁ ବଜାରରେ ଲଞ୍ଚ କରାଯିବ ବୋଲି କମ୍ପାନୀ କହିଛି। ତେବେ ୨୦୩୫ ସୁଦ୍ଧା କାରଟି ଚାରି ଜଣଙ୍କ ସହିତ ଉଡ଼ିବାକୁ ସକ୍ଷମ ହୋଇଯିବ। ନୂତନ ମଡେଲ କାରଗୁଡିକ ୪୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ।
Posted inଅନ୍ତର୍ଜାତୀୟ