Categories: ବାଣିଜ୍ୟ

କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୪: ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ ଜୁଏଲେରି ବ୍ରାଣ୍ଡ୍‌ କ୍ୟାରଟ୍‌ଲେନ୍‌ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଉଛି। ଏପରିକି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ସୌଭାଗ୍ୟନଗରଠାରେ କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ କ୍ୟାରଟ୍‌ଲେନ୍‌ର ଆରବିଏମ ଦୀପାଞ୍ଜନ ସେନଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଉଟଲେଟର ସ୍ବତ୍ୱାଧିକାରୀ ମାଣିକ ହଂସ ଏବଂ ଲିପ୍ସା ହଂସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ଏଠାରେ ବ୍ରାଣ୍ଡର ଭିନ୍ନ ଭିନ୍ନ ଡିଜାଇନର ଗହଣା ଉପଲବ୍ଧ ରହିଛି। ଏ ସମ୍ପର୍କରେ କ୍ୟାରଟ୍‌ଲେନ୍‌ର ବରିଷ୍ଠ ଉପାଧ୍ୟକ୍ଷ ଅତୁଲ ସିହ୍ନା କହିଛନ୍ତି, ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ଆଉ ଏକ ନୂତନ ଷ୍ଟୋର ଶୁଭାରମ୍ଭ ହୋଇଥିବାର ଆମେ ବେଶ ଆନନ୍ଦିତ। ଏପରିକି ଗ୍ରାହକମାନଙ୍କୁ ଅନଲାଇନ କିମ୍ବା ଅଫ୍‌ଲାଇନ ଜରିଆରେ ସ୍ବତନ୍ତ୍ର କିଣାକିଣିର ଅନୁଭୂତି ପ୍ରଦାନ କରିବା ଆମର ମୂଲ ଲକ୍ଷ୍ୟ। ଆମେ ବିଶ୍ୱାସ କରୁ ଯେ ଆମର ଏହି ରିଟେଲ୍‌ ଅନୁଭୂତି ଓ ଗହଣା ସମ୍ଭାର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବେଶ ଆଦୃତ ହେବ। ଏଠାରେ ଗ୍ରାହକମାନେ ହୀରା ମୂଲ୍ୟ ଉପରେ ୨୦% ଫ୍ଲାଟ୍‌ ରିହାତି ମଧ୍ୟ ପାଇପାରିବେ। ବ୍ରାଣ୍ଡର ୪୦୦୦ ରୁ ଅଧିକ ଡିଜାଇନ୍‌ ଉପରେ ଉକ୍ତ ରିହାତି ଗ୍ରାହକମାନେ ପାଇପାରିବେ।

Share