Categories: ଜାତୀୟ

ସିଦ୍ଦରାମାୟାଙ୍କ କ୍ୟାବିନେଟର ୯ ମନ୍ତ୍ରୀଙ୍କ ବିରୋଧରେ ମାମଲା…

ବେଙ୍ଗାଲୁରୁ,୨୨।୫ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ସମସ୍ତ ୯ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ମନ୍ତ୍ରୀ ମଧ୍ୟ କୋଟିପତି ଅଟନ୍ତି। କର୍ନାଟକ ଇଲେକଶନ ୱାଚ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୯ ଜଣ ମନ୍ତ୍ରୀଙ୍କ ଆଫିଡେଭିଟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସମସ୍ତ ୯ ମନ୍ତ୍ରୀ ମଧ୍ୟ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।

ଡି.କେ ଶିବକୁମାର ହେଉଛନ୍ତି ସବୁଠାରୁ ଧନୀ କ୍ୟାବିନେଟ ମନ୍ତ୍ରୀ। ତାଙ୍କ ପାଖରେ ଥିବା ମୋଟ ସମ୍ପତ୍ତି ୧୪୧୩.୮୦ କୋଟି ସେ ଘୋଷଣା କରିଛନ୍ତି। ଏଥି ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେ ସର୍ବନିମ୍ନ ଘୋଷିତ ମୋଟ ସମ୍ପତ୍ତି ଥିବା ମନ୍ତ୍ରୀ ଅଟନ୍ତି। ଚିତ୍ରପୁର ବିଧାୟକ ପ୍ରିୟାଙ୍କଙ୍କ ସମ୍ପତ୍ତି ୧୬.୮୩ କୋଟି ଟଙ୍କା ରହିଛି। ସମସ୍ତ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨୯.୨୭ କୋଟି ଟଙ୍କା। ଏଡିଆର ରିପୋର୍ଟ ଅନୁଯାୟୀ, କ୍ୟାବିନେଟରେ ଥିବା ୯ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ କେବଳ ସ୍କୁଲ ଶିକ୍ଷା ପାଇଛନ୍ତି।

ଏହି ୩ ଜଣ ହେଉଛି ଅଷ୍ଟମ ଏବଂ ଦ୍ୱାଦଶ ପାସ କରିଛନ୍ତି। ୬ ଜଣ ମନ୍ତ୍ରୀ ସ୍ନାତକ କିମ୍ବା ଅଧିକ ଅଧ୍ୟୟନ କରିଛନ୍ତି। ପ୍ରମାଣପତ୍ରରେ ପାଞ୍ଚ ଜଣ ମନ୍ତ୍ରୀ ସେମାନଙ୍କ ବୟସ ୪୧ ରୁ ୬୦ ବର୍ଷ ମଧ୍ୟରେ ଦେଇଛନ୍ତି। ଚାରିଜଣ ମନ୍ତ୍ରୀ ସେମାନଙ୍କ ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ ଦେଇଛନ୍ତି। କର୍ନାଟକ ଇଲେକଶନ ୱାଚ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ ବିଧାନସଭା ନିର୍ବାଚନ ୨୦୨୩ରେ ୨୨୪ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୨୨୩ ଜଣଙ୍କ ଆଫିଡେଭିଟ ବିଶ୍ଳେଷଣ କରିଛି।

୨୨୩ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୧୨୨ ଜଣ ଅର୍ଥାତ ୫୫ ପ୍ରତିଶତିନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।
ଏହା ବ୍ୟତୀତ ୭ ଜଣ ବିଜେତା ପ୍ରାର୍ଥୀ ମହିଳାଙ୍କ ବିରୋଧରେ ଅତ୍ୟାଚାର ସହ ଜଡିତ ମାମଲା ଘୋଷଣା କରିଛନ୍ତି। ସେମାନେ ନିଜ ବିରୋାଧରେ ବଳାତ୍କାର ସମ୍ପର୍କିତ ମାମଲା ଘୋଷଣା କରିଛନ୍ତି। କଂଗ୍ରେସର ୧୩୪ ଜଣ ବିଧାୟକଙ୍କ ମଧ୍ୟରୁ ୭୮ ଜଣ, ଭାଜପାର ୬୬ ମଧ୍ୟରୁ ୩୪ ଜଣ, ଜେଡିଏସର ୧୯ ମଧ୍ୟରୁ ୯ ଜଣ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ୨୨୩ ଜଣ ବିଧାୟକଙ୍କ ମଧ୍ୟରୁ ୨୧୭ ଜଣ ବିଧାୟକ କୋଟିପତି ।

Share